Categories Archives

4 post(s) in Published Articles

ମହେନ୍ଦ୍ରଗିରିର ତୃଣଭୂମି ଓ ଅନନ୍ୟ ପରିସଂସ୍ଥାନ

ପନ୍ଦର ଶହ ମିଟର ଉଚ୍ଚ ମହେନ୍ଦ୍ରଗିରି ପର୍ବତମାଳା ଉପରେ ଯେତେବେଳେ ମେଘର କୋଳରୁ ସୂର୍ଯ୍ୟ ସକାଳେ ମୁଣ୍ଡ ଟେକେ, ସେତେବେଳେ ମଣିଷର ଆତ୍ମା କିଛି ମୁହୂର୍ତ୍ତ ପାଇଁ ଯୋଡି ହୋଇଯାଏ ସୃଷ୍ଟି ସହ, ଉତ୍ପତ୍ତି ସହ। ଆକଳନ କରେ କାଳର ଗର୍ଭରେ ସେ କେତେ ନ୍ୟୁନ ଓ ପ୍ରକୃତି କେତେ ବଳିୟାନ। ଓଡ଼ିଶାର ଗଜପତି ଜିଲ୍ଲାରେ ସ୍ଥିତ ମହେନ୍ଦ୍ରଗିରି ପୂର୍ବଘାଟ ପର୍ବତମାଳାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ହିମାଳୟ ଓ ପଶ୍ଚିମଘାଟ ପର୍ବତମାଳାର ଏକ ସଂଯୋଗ ସ୍ଥଳ ହୋଇଥିବାରୁ ଏହି ...

ସ୍ୱର୍ଗର ଫୁଲ – ଅର୍କିଡ଼ ଫୁଲ

ଆମକୁ ଆଶ୍ଚର୍ଯ୍ୟଚକିତ କରିଦେବା ପରି ଅନେକ ଉପାଦାନ ସୃଷ୍ଠି କରିଛି ପ୍ରକୃତି, କିନ୍ତୁ ଆମେ କେବଳ ଜନ୍ତୁ ଓ ଜଳପ୍ରପାତ ପଛରେ ଧାଇଁ କେବେ ସେ ସବୁକୁ ଧ୍ୟାନ ଦେଉନାହିଁ । ପ୍ରକୃତିର ସେଇପରି ଏକ ସୁନ୍ଦର, ବିରଳ, ଅଦ୍ଭୁତ ସୃଷ୍ଠି ହେଉଛି ଅର୍କିଡ଼ ବା ରାସ୍ନା । କେଉଁ ଘଞ୍ଚ ଅରଣ୍ୟ, ପର୍ବତ ବା ବନାଞ୍ଚଳକୁ ବୁଲିବାକୁ ଯାଇଥିବା ବେଳେ କୌଣସି ଗଛର ଗଣ୍ଡି ବା ଡାଳ ସନ୍ଧିରୁ ଯେଉଁ ଛୋଟବଡ଼ ଆକାରର ବୁଦାଳିଆ ଉଦ୍ଭିଦଟିଏ ...
Joranda Fall in Rain

ପକ୍ଷୀଙ୍କ ସ୍ୱର୍ଗ – ଶିମିଳିପାଳ

ଶିମିଳିପାଳର ରହସ୍ୟମୟୀ ରାତିରେ Collared Scop Owl, Brown Fish Owl ପେଚାଙ୍କ ହୁଟ୍‌ହୁଟ୍‌, Nightjar (ଭୁଇଁଛାପୁଲି) ର ଚୁକ୍‌ଚୁକ୍‌, Jungle Bush Quail (ଗୁଣ୍ଡୁରି) ର ହୁଇହୁଇ ସହ ମଝିରେ ମଝିରେ Indian Peafowl (ମୟୁର) ଝିଙ୍କାରୀଙ୍କ ଡ଼ାକ ଶୁଣି କିଛି ସମୟ ଶୋଇ ପଡିଲେ ଦିନଯାକର ସବୁ ହାଲିଆ ମେଣ୍ଟିଯାଏ । ଯଦି ବି ମେଣ୍ଟିନଥାଏ ତାହେଲେ ସକାଳର ଦୃଶ୍ୟ ଦେଖି ମଣିଷ ନିଜକୁ ଆଉ ଆୟତରେ ରଖିପାରେନାହିଁ । କାରଣ ସୂର୍ଯ୍ୟର ପ୍ରଥମ ...

ଭିତରକନିକାର ମାଛରଙ୍କା

ପିଲାବେଳେ ଆମ ଘରକୁ ଲାଗି ଗୋଟିଏ ବିରାଟ ବଡ଼ ପୋଖରୀ ଥିଲା । ପୋଖରୀରେ ପ୍ରବଳ ମାଛଥିଲେ ଓ ପୋଖରୀ ଚାରିପଟେ ପ୍ରବଳ ଗଛ । ମୁଁ ଛୁଆଥିଲାବେଳେ ଯେତେବେଳେ ଖାଇବାକୁ ହଇରାଣ କରେ, ଜେଜେମା' ମତେ କାଖକରି ପୋଖରୀ ପାଖକୁ ନେଇଯାଏ ଓ ଗଛରେ ବସିଥିବା ମାଛରଙ୍କା ଚଢେଇକୁ ଦେଖାଏ । "ହେଇ ଗଲା ଗଲା, ମାଛରଙ୍କା ମାଛକୁ ଧରିଲା' - ମାଛରଙ୍କା ଚଢେଇ ଖପ୍‌କିନା ଯେତେବେଳେ ପାଣିରେ ବୁଡିକି ମାଛ ଧରି ଉଡିଯାଏ, ଜେଜେମା' ...